ବାଲୁଗାଁ: ଏସିଆର ବୃହତ୍ତମ ଲୁଣିଆ ଜଳ ହ୍ରଦ ଚିଲିକାରେ ଚଳିତ ପର୍ଯ୍ୟଟନ ଋତୁରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ପହଞ୍ଚିଛନ୍ତି।

ଚିଲିକା ବିକାଶ ପ୍ରାଧିକରଣ ସୂତ୍ରରୁ ପ୍ରକାଶ, ଏହି ଅବଧିରେ ପ୍ରାୟ ସାତ ଲକ୍ଷ ପର୍ଯ୍ୟଟକ ହ୍ରଦ ପରିଦର୍ଶନ କରିଛନ୍ତି। ଇରାବତୀ ଡଲଫିନ ଓ ପ୍ରବାସୀ ପକ୍ଷୀ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଆଗ୍ରହ ସର୍ବାଧିକ ରହିଛି।

ପ୍ରାଧିକରଣ ପକ୍ଷରୁ ନୂତନ ବୋଟ ଜେଟି ନିର୍ମାଣ ଓ ପରିବେଶ ଅନୁକୂଳ ପର୍ଯ୍ୟଟନ ପାଇଁ ବିଶେଷ ଯୋଜନା ପ୍ରସ୍ତୁତ କରାଯାଉଛି।